ଓଡ଼ିଆ ବ୍ୟାକରଣ (Odia Grammar) ବନାନଗତ ଅଶୁଦ୍ଧି

ଦ୍ୱିତୀୟ ଅଧ୍ୟାୟ: ବନାନଗତ ଅଶୁଦ୍ଧି

ବାକ୍ୟରେ ବ୍ୟବହୃତ ଶବ୍ଦଗୁଡ଼ିକର ବନାନ (Spelling) ରେ ଥିବା ତ୍ରୁଟିକୁ ‘ବନାନଗତ ଅଶୁଦ୍ଧି’ କୁହାଯାଏ । ଏହା ଲିଖିତ ଭାଷାରେ ଭୁଲ୍ ଅକ୍ଷର, ମାତ୍ରା, କିମ୍ବା ଶବ୍ଦ ଗଠନ ଯୋଗୁଁ ହୋଇଥାଏ, ଯାହା ଅର୍ଥକୁ ଅସ୍ପଷ୍ଟ ବା ଭୁଲ୍ କରିଦିଏ । ଏହାକୁ ଓଡ଼ିଆରେ “ବନାନ ଭୁଲ୍” ମଧ୍ୟ କୁହାଯାଏ ।


ବନାନଗତ ଅଶୁଦ୍ଧିର ସଂଜ୍ଞା

ଯେତେବେଳେ ଶବ୍ଦର ଗଠନ କିମ୍ବା ଲିପି ଲେଖିବା ସମୟରେ ବ୍ୟାକରଣଗତ ନିୟମର ଉଲ୍ଲଂଘନ ହୋଇ ଶବ୍ଦଟି ଅଶୁଦ୍ଧ ହୋଇଯାଏ, ତାହାକୁ ବନାନଗତ ଅଶୁଦ୍ଧି କୁହାଯାଏ ।


ଅଶୁଦ୍ଧିର ମୁଖ୍ୟ କାରଣ

ଆପଣଙ୍କୁ ନିମ୍ନୋକ୍ତ କାରଣଗୁଡ଼ିକ ଉପରେ ଧ୍ୟାନ ଦେବାକୁ ହେବ:

  • ଧ୍ୱନି ତ୍ରୁଟି (Phonetic Errors): ଶବ୍ଦର ଉଚ୍ଚାରଣ ସଠିକ ଭାବେ ନ ଜାଣିବା ହେତୁ ଲେଖାରେ ଭୁଲ୍ ହୁଏ (ଉଦାହରଣ: ‘ଶ’, ‘ଷ’, ‘ସ’ ମଧ୍ୟରେ ପାର୍ଥକ୍ୟ) ।
  • ଲିପି ଭ୍ରମ (Scriptural Errors): ହ୍ରସ୍ୱ (short) ଓ ଦୀର୍ଘ (long) ମାତ୍ରାର ଭୁଲ୍ ବ୍ୟବହାର, ଯଥା: ‘ଇ’ କାର ଓ ‘ଈ’ କାରର ଭୁଲ୍ ପ୍ରୟୋଗ ।
  • ସମାସ ଓ ସନ୍ଧିଗତ ଭୁଲ୍: ସମାସ ଗଠନ ସମୟରେ ଅନେକ ସମୟରେ ବନାନଗତ ଅଶୁଦ୍ଧି ଦେଖାଯାଏ, ଯେପରିକି ବହୁବ୍ରୀହି ସମାସରେ ।
  • ଅଜ୍ଞାନତା: ବ୍ୟାକରଣର ସଠିକ ନିୟମ ଜାଣି ନଥିବା ଯୋଗୁଁ ଅନେକ ସମୟରେ ଭୁଲ୍ ବନାନ ବ୍ୟବହୃତ ହୋଇଥାଏ ।

ବନାନଗତ ଅଶୁଦ୍ଧିର କିଛି ଉଦାହରଣ:

  • ଅଶୁଦ୍ଧ: ଆକାଶ (ଦୀର୍ଘ ‘ଈ’ ବଦଳରେ ‘ଇ’ ବ୍ୟବହାର)
  • ଶୁଦ୍ଧ: ଆକାଶ (ଠିକ୍ ଶବ୍ଦ)
  • ଅଶୁଦ୍ଧ: ସିକ୍ଷା (‘ଶ’ ବଦଳରେ ‘ସ’ ର ଅପବ୍ୟବହାର)
  • ଶୁଦ୍ଧ: ଶିକ୍ଷା

ଏହି ତ୍ରୁଟିଗୁଡ଼ିକ ସାଧାରଣତଃ ବ୍ୟାକରଣ ଜ୍ଞାନର ଅଭାବ, ଉଚ୍ଚାରଣଗତ ତ୍ରୁଟି ବା ଅସାବଧାନତା ହେତୁ ଘଟିଥାଏ ।


କେତେଗୁଡିଏ ଉଦାହରଣ

ବନାନଗତ ଅଶୁଦ୍ଧି :

ଅଶୁଦ୍ଧଶୁଦ୍ଧ ରୂପ
ଅଞ୍ଜଳୀଅଞ୍ଜଳି
ଅବସର୍ଣ୍ଣଅବସନ୍ନ
ଅନୁସୂୟାଅନସୂୟା
ଅନୁଦିତଅନୂଦିତ
ଅସ୍ତମାନଅସ୍ତୟମାନ
ଅପଦସ୍ଥଅପଦସ୍ଥ
ଭୁବନେଶ୍ୱରଭୁବନେଶ୍ୱର
ଅଭଡ଼ାଅବଢ଼ା
ଅମାୟଅମିୟ
ଅନୁବାଦିତଅନୂଦିତ
ଅପରାହ୍ନଅପରାହ୍ଣ
ଅଭୁଦୟଅଭ୍ୟୁଦୟ
ଅଭିଲାସଅଭିଳାଷ
ଆରତୀଆରତି
ଆନୁସଙ୍ଗିକଆନୁଷଙ୍ଗିକ
ଆଶୀଷଆଶିଷ
ଆଶ୍ରୀବାଦଆଶୀର୍ବାଦ
ଉପଯୋଗୀତା / ଉପଯୋଗିତାଉପଯୋଗିତା
ଉଦ୍ଧ୍ୟଉଦ୍ଧ୍ୱ
ଉଣାଊଣା
ଉର୍ଦ୍ଧ୍ୱ / ଉର୍ଦ୍ଧଊର୍ଦ୍ଧ୍ୱ
ଋଣଗ୍ରସ୍ଥଋଣଗ୍ରସ୍ତ
କାଳନ୍ଦୀକାଳିନ୍ଦୀ
କୃଷ୍ଣକୃଷ୍ଣ
ଗୋଲକବିହାରୀଗୋଲୋକବିହାରୀ
ଗ୍ରାହକଗ୍ରାହକ
ଜଗନ୍ନାଥଜଗନ୍ନାଥ
ଜମଯମ
ଯନ୍ତୁପତିଜନ୍ତୁପତି
ଜୀବୀତଜୀବିତ
ଜେଷ୍ଠଜ୍ୟେଷ୍ଠ
ତ୍ରିଭୁଜତ୍ରିଭୁଜ
ତୃତିତ୍ରୁଟି / ତ୍ରୁଟୀ
ଦିପ୍ତିଦୀପ୍ତି
ଦୁର୍ଗାଦୁର୍ଗା
ଦୁର୍ବାଦୂର୍ବା (ଦୂବ)
ଦୂତଗାମୀ / ଦୃତଗାମୀଦ୍ରୁତଗାମୀ
ଦ୍ୱନ୍ଦଦ୍ୱନ୍ଦ୍ୱ
ଧନୀକଧନିକ
ଧୂମ୍ରପାନଧୂମପାନ
ନିରୁପଣନିରୂପଣ
ନୀଜନୀତ
ନିରଦନାରଦ
ପତିତପାବିନୀପତିତପାବନୀ
ପ୍ରଚୁରପ୍ରଚୁର
ପୁରସ୍କାରପୁରସ୍କାର
ବାହାନବାହନ
ବ୍ୟବହାରିକବ୍ୟାବହାରିକ
ବିଷର୍ଣ୍ଣବିଷଣ୍ଣ
ବିସମବିଷମ
ବହୁବ୍ରିହି / ବହୁବ୍ରିହୀବହୁବ୍ରୀହି
ବିଶଷ୍ଟବିଶିଷ୍ଟ
ବାହୁଲ୍ୟତାବହୁଳତା / ବାହୁଲ୍ୟ
ଭୁଲ୍ଭୁଲ
ସଂକୀଷ୍ଣସଂକୀର୍ଣ୍ଣ
ମାର୍ଗଶୀରମାର୍ଗଶିର
ମୂକମୂକ
ମୂଖ୍ୟମୁଖ୍ୟ
ମିନତୀମିନତି
ଯାତାୟତଯାତାୟାତ
ଯାଜ୍ଞସେନୀଯାଜ୍ଞସେନୀ
ରବିନ୍ଦ୍ରରବୀନ୍ଦ୍ର
ଲଜ୍ୟାଲଜ୍ଜା
ଶାରିରୀକଶାରୀରିକ
ଶ୍ରୀକୃଷ୍ଣଶ୍ରୀକୃଷ୍ଣ
ଶିଷୟିତ୍ରୀଶିକ୍ଷୟିତ୍ରୀ
ଶୀକାରଶିକାର
ଶିର୍ଷଶୀର୍ଷ
ଶୁଦ୍ରଶୂଦ୍ର
ଶୁଶ୍ରୂଷାଶୁଶ୍ରୂଷା
ଶତ୍ରୁଘ୍ନଶତ୍ରୁଘ୍ନ
ଶ୍ରେଷ୍ଠତମଶ୍ରେଷ୍ଠ
ସାହାସସାହସ
ସାହାର୍ଯ୍ୟସାହାଯ୍ୟ

ଅଶୁଦ୍ଧ – ଶୁଦ୍ଧ

ଦାଶରଥୀ – ଦାଶରଥି
ଦ୍ରୋଣୀ – ଦ୍ରୋଣି
ପୂଜ୍ୟଆସ୍ପଦ – ପୂଜାସ୍ପଦ
ସୌରୀ – ସୌରି
ଆଞ୍ଚଳୀକ – ଆଞ୍ଚଳିକ
କାୟୀକ – କାୟିକ
ନାଗରୀକ – ନାଗରିକ
ବୈଜ୍ଞାନୀକ – ବୈଜ୍ଞାନିକ
ସାମାଜୀକ – ସାମାଜିକ
ଆମୀୟ – ଆମିୟ
ଜଳିୟ – ଜଳୀୟ
ଶାସ୍ତ୍ରିୟ – ଶାସ୍ତ୍ରୀୟ
ସ୍ମରଣିୟ – ସ୍ମରଣୀୟ
କୁଳିନ – କୁଳୀନ
ନବିନ – ନବୀନ
ବିଶ୍ବଜନିନ – ବିଶ୍ବଜନୀନ
ସର୍ବଜନିନ – ସର୍ବଜନୀନ
ସାର୍ବଜନିନ – ସାର୍ବଜନୀନ
ଗୁଣି – ଗୁଣୀ
ଜ୍ଞାନି – ଜ୍ଞାନୀ
ରୋଗି – ରୋଗୀ
ଲୋଭି – ଲୋଭୀ
ଚାକିରୀ – ଚାକିରି
ଡାକ୍ତରୀ – ଡାକ୍ତରି
ମାଷ୍ଟରୀ – ମାଷ୍ଟରି
ମାଈ – ମାଈ
ଅଙ୍କୁଶି – ଅଙ୍କୁଶୀ
ଗୁଡ଼ିଆଣି – ଗୁଡ଼ିଆଣୀ
ଚଣ୍ଡାଳୁଣି – ଚଣ୍ଡାଳୁଣୀ
ଜଟାଳ – ଜଟିଳ
ଆବିଳ – ଆବିଳ
କାଳୀକା – କାଳିକା
ଗୋପୀକା – ଗୋପିକା
ଚଣ୍ଡୀକା – ଚଣ୍ଡିକା
ଓଜସ୍ୱୀନୀ – ଓଜସ୍ୱିନୀ
ତେଜସ୍ୱୀନୀ – ତେଜସ୍ୱିନୀ
ଆଧିକ୍ୟତା – ଆଧିକ୍ୟ
ଚାପଲ୍ୟତା – ଚାପଲ୍ୟ
ଦାରିଦ୍ର୍ୟତା – ଦାରିଦ୍ର୍ୟ
ପାଟବତା – ପାଟବ
ପୌරୁଷତା – ପୌරୁଷ
ବୈଶିଷ୍ଟ୍ୟତା – ବୈଶିଷ୍ଟ୍ୟ
ସୌଜନ୍ୟତା – ସୌଜନ୍ୟ
ଅଭିସେକ – ଅଭିଷେକ
ଆନୁସଙ୍ଗିକ – ଆନୁଷଙ୍ଗିକ
ନମସ୍କାର – ନମସ୍କାର
ପରିସ୍କାର – ପରିଷ୍କାର
ସୁସମା – ସୁଷମା
ଉଜ୍ଜ୍ବଳ – ଉଜ୍ଜ୍ୱଳ
ଚଳଚିତ୍ର – ଚଳଚ୍ଚିତ୍ର
ଜଗତନାଥ – ଜଗନ୍ନାଥ
ଦିଗମ୍ବର – ଦିଗମ୍ବର
ଦୁରାବସ୍ଥା – ଦୁରବସ୍ଥା
ବାକଦେବୀ – ବାଗ୍ଦେବୀ
ରବିନ୍ଦ୍ର – ରବୀନ୍ଦ୍ର
ସାମ୍ବତ୍ସରିକ – ସାମ୍ବତ୍ସରିକ
ସନ୍ୟାସ – ସନ୍ନ୍ୟାସ
ସୂର୍ଯ୍ୟପରାଗ – ସୂର୍ଯ୍ୟୋପରାଗ
ଅର୍ଦ୍ଧରାତ୍ରି – ଅର୍ଦ୍ଧରାତ୍ର
ଅନନେ – ଅନନ୍ୟ
ତ୍ରିଭୁଜ – ତ୍ରିଭୁଜ
ତୁଳନିୟ – ତୁଳନୀୟ
ତେଜସ୍ବି – ତେଜସ୍ବୀ
ତୋରାଣୀ – ତୋରାଣି
ଆଦ୍ର – ଆର୍ଦ୍ର
ଦମ୍ପତ୍ତି – ଦମ୍ପତି
ଦ୍ରବିଭୂତ – ଦ୍ରବୀଭୂତ
ଦାବୀ – ଦାବି
ନିର୍ଦ୍ଧନୀ – ନିର୍ଦ୍ଧନ
ଦୃଶ୍ୟା – ଦୃଶ୍ୟ
ଦୃଷ୍ଟିଭଙ୍ଗି – ଦୃଷ୍ଟିଭଙ୍ଗୀ
ଦୁଷ୍ଟାମୀ – ଦୁଷ୍ଟାମି
ଦୁରୀକରଣ – ଦୂରୀକରଣ
ଦେବାଦେବୀ – ଦେବଦେବୀ
ଧର୍ମିୟ – ଧର୍ମୀୟ
ଧୂପଦାନୀ – ଧୂପଦାନି
ଧୁମ୍ରପାନ – ଧୂମପାନ
ଧୃବ – ଧ୍ରୁବ
ନବିକରଣ – ନବୀକରଣ
ନଗରି – ନଗରୀ
ନବନିତ – ନବନୀତ
ନାଉରୀ – ନାଉରି
ନିଶ୍ଚିତ – ନିଶ୍ଚିତ
ନିର୍ବୃତ – ନିବୃତ୍ତ
ପୃଷ୍ଠଭୂମୀ – ପୃଷ୍ଠଭୂମି
ପ୍ରଣତୀ – ପ୍ରଣତି
ପ୍ରତିକ୍ଷା – ପ୍ରତୀକ୍ଷା
ପ୍ରବାହମାନ – ପ୍ରବହମାନ
ନିର୍ଭୁଲ – ନିର୍ଭୁଲ
ନିରପରାଧୀ – ନିରପରାଧ
ନିରାଶୟ – ନିରାଶ୍ରୟ
ନିଦ୍ରୀତ – ନିଦ୍ରିତ
ନିଳିମା – ନୀଳିମା
ନୈସର୍ଗିକ – ନୈସର୍ଗିକ
ପରିଛଦ – ପରିଚ୍ଛଦ
ଭୌଗଳିକ – ଭୌଗୋଳିକ
ପରିସଦ – ପରିଷଦ
ପର୍ବପର୍ବାଣୀ – ପର୍ବପର୍ବାଣି
ଅନୁସୁୟା – ଅନସୂୟା
ଅହର୍ନିଶି – ଅହର୍ନିଶ
କାଳୀଚରଣ – କାଳିଚରଣ
କାଳୀଦାସ – କାଳିଦାସ
ଦିବାରାତ୍ରି – ଦିବାରାତ୍ର
ନିର୍ଦ୍ଦୟ – ନିର୍ଦ୍ଦୟ
ନିର୍ଦ୍ଦୋଷୀ – ନିର୍ଦ୍ଦୋଷ
ନିରହଙ୍କାରୀ – ନିରହଙ୍କାର
ମଧ୍ୟରାତ୍ରି – ମଧ୍ୟରାତ୍ର
ମହାରାଜା – ମହାରାଜ
ଶଶୀଭୂଷଣ – ଶଶିଭୂଷଣ
ଅବତିର୍ଣ୍ଣ – ଅବତୀର୍ଣ୍ଣ
ଉତ୍ତିର୍ଣ୍ଣ – ଉତ୍ତୀର୍ଣ୍ଣ
ଉର୍ମି – ଊର୍ମି
ତିର୍ଥ – ତୀର୍ଥ
ପୁର୍ଣ୍ଣ – ପୂର୍ଣ୍ଣ
ଶିର୍ଷ – ଶୀର୍ଷ
ଅଗ୍ରାମ – ଅଗ୍ରିମ
ଅଞ୍ଜଳୀ – ଅଞ୍ଜଳି
ଅଧୀନସ୍ଥ – ଅଧୀନ
ଅର୍ଣ୍ଣ – ଅନ୍ନ
ଅନାବଶ୍ୟକୀୟ – ଅନାବଶ୍ୟକ
ଅନ୍ତର୍ଯ୍ୟାମୀ – ଅନ୍ତର୍ଯାମୀ
ଅନିର୍ବାର୍ଯ୍ୟ – ଅନିବାର୍ଯ୍ୟ
ଅପଦସ୍ତ – ଅପଦସ୍ଥ
ଅପରାହ୍ନ – ଅପରାହ୍ଣ / ଅପରାହ୍ନ
ଅପୁତ୍ରିକ – ଅପୁତ୍ରକ
ଅବଶୋଷ – ଆଫଶୋଷ
ଅନୁକୁଳ – ଅନୁକୂଳ
ଅନୁଚ୍ଛେଦ – ଅନୁଚ୍ଛେଦ
ଅନ୍ତର୍ଦୃଷ୍ଟି – ଅନ୍ତର୍ଦୃଷ୍ଟି
ଆଗାମି – ଆଗାମୀ
ଆହ୍ୱାନ – ଆହ୍ୱାନ
ଆନିତ – ଆନୀତ
ଆବାହମାନ – ଆବହମାନ
ଆବିର୍ଭୁତ – ଆବିର୍ଭୂତ
ଆବୃତି – ଆବୃତ୍ତି
ଆମଦାନୀ – ଆମଦାନି
ଆଲମାରୀ – ଆଲମାରି
ଉପସ୍ଥିତ – ଉପସ୍ଥିତ
ଇଶ୍ବର – ଈଶ୍ଵର
ପାଠେରୀ – ପାଠେରି
ପାଷଣ୍ଡ – ପାଷଣ୍ଡ
ପିତବାସ – ପୀତବାସ
ପୁଷ୍କରିଣୀ – ପୁଷ୍କରିଣୀ
ପୁଷ୍ପାଞ୍ଜଳୀ – ପୁଷ୍ପାଞ୍ଜଳି
ପୁଞ୍ଜିକୃତ – ପୁଞ୍ଜୀକୃତ
ପୂଜ୍ୟାସ୍ପଦ – ପୂଜାସ୍ପଦ
ପୂର୍ଣ୍ଣମି – ପୂର୍ଣ୍ଣମୀ
ପୂର୍ବାହ୍ନ – ପୂର୍ବାହ୍ଣ / ପୂର୍ବାହ୍ନ
ପ୍ରାଣାୟମ – ପ୍ରାଣାୟାମ
ପ୍ରବିଷ୍ଟ – ପ୍ରବୀଣ
ପ୍ରଶଂସା – ପ୍ରଶଂସା
ପ୍ରସୁନ – ପ୍ରସୂନ
ପ୍ରାଚିନ – ପ୍ରାଚୀନ
ପ୍ରାର୍ଥୀ – ପ୍ରାର୍ଥୀ
ପ୍ରାୟଶ୍ଚିତ – ପ୍ରାୟଶ୍ଚିତ୍ତ
ପରଜଦାରୀ – ପରଜଦାରି
ବଶିକୃତ – ବଶୀକୃତ
ବହିର୍ବାଣିଜ୍ୟ – ବହିର୍ବାଣିଜ୍ୟ
ବିକ୍ଷୁବ୍ଧତା – ବିକ୍ଷୁବ୍ଧ
ବିସେଷଜ୍ଞ – ବିଶେଷଜ୍ଞ
ବ୍ୟବସାୟିକ – ବ୍ୟାବସାୟିକ
ଭିକାରୀ – ଭିକାରି
ବଣଭୋଜୀ – ବଣଭୋଜି
ବରପାତ୍ର – ବରପାତ୍ର
ମୁର୍ଖ – ମୂର୍ଖ
ମେଧାବି – ମେଧାବୀ
ଯାତାୟତ – ଯାତାୟାତ
ଯୋଗି – ଯୋଗୀ
ରଙ୍ଗିନ – ରଙ୍ଗୀନ
ରପ୍ତାନୀ – ରପ୍ତାନି
ରମଣିୟ – ରମଣୀୟ
ରସୋତୀର୍ଣ୍ଣ – ରସୋତ୍ତୀର୍ଣ୍ଣ
ରୋଷଣୀ – ରୋଷଣି
ଲବ୍ଧପତିଷ୍ଠିତ – ଲବ୍ଧପ୍ରତିଷ୍ଠ
ଶୃଙ୍ଗାର – ଶୃଙ୍ଗାର
ଶତାବ୍ଦି – ଶତାବ୍ଦୀ
ଉତପ୍ତ – ଉତ୍ତପ୍ତ
ଉତେଜିତ – ଉତ୍ତେଜିତ
ଉତୋଳନ – ଉତ୍ତୋଳନ
ଉଦାସିନ – ଉଦାସୀନ
ଉଦେଶ୍ୟ – ଉଦ୍ଦେଶ୍ୟ
ଉପକାରି – ଉପକାରୀ
ଉପଯୋଗି – ଉପଯୋଗୀ
ଉପଯୋଗୀତା – ଉପଯୋଗିତା
ଉପାଧ୍ୟ – ଉପାଧି
ଅର୍ବାଚିନ – ଅର୍ବାଚୀନ
ଆର୍ଯ୍ୟବର୍ତ୍ତ – ଆର୍ଯ୍ୟାବର୍ତ୍ତ
ଅସୁର୍ଯ୍ୟ – ଅସୂର୍ଯ୍ୟ
ଉପସର୍ଗୀକୃତ – ଉପସର୍ଗୀକୃତ
ଐତିହ – ଐତିହ୍ୟ
ଓଡ଼ଣୀ – ଓଡ଼ଣି
ଓତପ୍ରୋତ – ଓତଃପ୍ରୋତ
ଔଚିତ୍ୟତା – ଔଚିତ୍ୟ
କବୟତ୍ରୀ – କବୟିତ୍ରୀ
କଳଶ – କଳସ
କାର୍ପଣ୍ୟତା – କାର୍ପଣ୍ୟ
କାରିଗରୀ – କାରିଗରି
କାଳନ୍ଦୀ – କାଳିନ୍ଦୀ
କୃତଘ୍ନ – କୃତଘ୍ନ
କ୍ରିଡ଼ା – କ୍ରୀଡ଼ା
କୃତ୍ରିମ – କୃତ୍ରିମ
କୃତିବାସ – କୃତ୍ତିବାସ
କୋଠରୀ – କୋଠରି
କୌତୁହଳ – କୌତୂହଳ
କୌମୁଦି – କୌମୁଦୀ
ଖେଳାଳୀ – ଖେଳାଳି
ଗରିବ – ଗରିବ
ଗୃହିତା – ଗୃହୀତା
ଗାଉଁଲୀ – ଗାଉଁଲି
ଗଣେଷ – ଗଣେଶ
ଗୋଧୂଳୀ – ଗୋଧୂଳି
ଗୋଲକବିହାରୀ – ଗୋଲୋକବିହାରୀ
ଗୋପଣୀ – ଗୋପଣୀୟ
ମନବଳ – ମନୋବଳ
ମନବାଞ୍ଛା – ମନୋବାଞ୍ଛା
ମନୀଷି – ମନୀଷୀ
ମନୋନିତ – ମନୋନୀତ
ମରିଚିକା – ମରୀଚିକା
ମଶାରୀ – ମଶାରି
ମହମବତୀ – ମହମବତି
ମାମୁଁ – ମାମୁ
ମୁଣ୍ମୟ – ମୃଣ୍ମୟ
ଶୁଶ୍ରୁଷା – ଶୁଶ୍ରୂଷା
ଶ୍ରେଷ୍ଠତର – ଶ୍ରେଷ୍ଠତର
ସଚିଦାନନ୍ଦ – ସଚ୍ଚିଦାନନ୍ଦ
ସଞ୍ଜିକରଣ – ସଞ୍ଜୀକରଣ
ସପରିବାରେ – ସପରିବାର
ସବାନ୍ଧବେ – ସବାନ୍ଧବ
ସମ୍ମାନୀତ – ସମ୍ମାନିତ
ସମ୍ଭ୍ରାନ୍ତୀୟ – ସମ୍ଭ୍ରାନ୍ତ
ସମିର – ସମୀର
ସରକାରୀ – ସରକାରି
ସରିସୃପ – ସରୀସୃପ
ସହଯୋଗୀତା – ସହଯୋଗିତା
ସଂକ୍ଷେପରେ – ସଂକ୍ଷେପରେ
ଶିରୀକୃତ – ଶିରୀକୃତ
ଶାରୀରୀକ – ଶାରୀରିକ
ଶିରବ୍ୟଥା – ଶିରୋବ୍ୟଥା
ସ୍ଵଭାବିକ – ସ୍ଵାଭାବିକ
ସ୍ଵାଧୀନତାବୋଧ – ସ୍ଵାଧୀନତାବୋଧ
ସ୍ବିକାର – ସ୍ବୀକାର
ହିରା – ହୀରା
ସିମିତ – ସୀମିତ
ସୁନାମଧନ୍ୟ – ସୁନାମଧନ୍ୟ
ହୃଷ୍ଟପୃଷ୍ଟ – ହୃଷ୍ଟପୁଷ୍ଟ
ହୃଷିକେଶ – ହୃଷୀକେଶ
କ୍ଷିର – କ୍ଷୀର
କ୍ଷୁର୍ଣ୍ଣ – କ୍ଷୁଣ୍ଣ
କ୍ଷୁରି – କ୍ଷୁରୀ
ଜଗର୍ନାଥ – ଜଗନ୍ନାଥ
ଜୟନ୍ତି – ଜୟନ୍ତୀ
ଜରାଜିର୍ଣ୍ଣ – ଜରାଜୀର୍ଣ୍ଣ
ଜାଜୁଲ୍ୟମାନ – ଜାଜ୍ଜ୍ଵଲ୍ୟମାନ
ଜୀଅନ୍ତା – ଜିଅନ୍ତା
ଜିବାଣୁ – ଜୀବାଣୁ
ଜିବାଶ୍ମ – ଜୀବାଶ୍ମ
ଜୀବନି – ଜୀବନୀ
ଭାଗ – ଭାଗ
ଦାରିଦ୍ରତା – ଦରିଦ୍ରତା / ଦାରିଦ୍ର୍ୟ
ସମସ୍ୟା – ସମସ୍ୟା
ଚଣ୍ଡାଳୀ – ଚଣ୍ଡାଳୀ
ତରକାରୀ – ତରକାରି
କ୍ଷୁଦ୍ରତର – କ୍ଷୁଦ୍ରତର
କ୍ଷୁଦ୍ରତମ – କ୍ଷୁଦ୍ରତମ
ଡାକୁଣୀ – ଡାକୁଣି
ଡାହାଣୀ – ଡାହାଣି
ଛାଉଣୀ – ଛାଉଣି
ଜୁରି – ଜୁରୀ
ଦୀର୍ଘଜୀବି – ଦୀର୍ଘଜୀବୀ
ଜ୍ୟୋତିଷ – ଜ୍ୟୋତିଷ
ଝୁମ୍ପୁଡ଼ୀ – ଝୁମ୍ପୁଡ଼ି
ଝୋଟୀ – ଝୋଟି
ଟିକାଦାର – ଟିକାଦାର
ଟାକୁଆ – ଟାକୁଆ
ତତ୍କାଳୀନ – ତତ୍କାଳୀନ


ପ୍ରଶ୍ନାବଳୀ

୧. ନିମ୍ନଲିଖିତ ଅଶୁଦ୍ଧ ଶବ୍ଦଗୁଡ଼ିକୁ ସଂଶୋଧନ କରି ଲେଖ ।
ଅନୁସୂୟା, ପୂଜାସ୍ପଦ, ଆଶାଷ, ମାର୍ଗଶିର, କ୍ଳବ, ପ୍ରତିଯୋଗୀତା, ଉଣା, ଯାତାୟତ, ଦୂରାବସ୍ଥା, ଶିକ୍ଷୟତ୍ରୀ ।

୨. ନିମ୍ନଲିଖିତ ବାକ୍ୟଗୁଡ଼ିକରେ ଥିବା ଅଶୁଦ୍ଧ ଶବ୍ଦ ଗୁଡ଼ିକୁ ସଂଶୋଧନ କର ।
(କ) ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରା ଦେଖିବାକୁ ବହୁତ ଲୋକମାନେ ଆସିଥିଲେ ।
(ଖ) ମନ୍ତ୍ରୀଙ୍କ ସଭାରେ ଆବାଳବୃଦଧ ବନିତାଗଣ ଯୋଗ ଦେଇଥିଲେ ।
(ଗ) ମୁଁ ତୁମର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି ।
(ଘ) ସବୁ କବିମାନେ ପ୍ରାକୃତିକ ବର୍ଣ୍ଣନାରେ ସିଦ୍ଧହସ୍ତ ।
(ଙ) ଶିକ୍ଷୟତ୍ରୀ ପ୍ରତ୍ୟେକ ଛାତ୍ରମାନଙ୍କୁ ପ୍ରଶ୍ନ ପଚାରିଲେ ।
(ଚ) କୋଲକାତା ଭାରତର ବୃହତ୍ତମ ନଗରୀ ।
(ଛ) ପିଲାଟି ସଂକ୍ଷିପ୍ତରେ ଉତ୍ତର ଦେଲା ।
(ଜ) ଅନନ୍ୟା ସାମ୍ବାଦିକ ପରୀକ୍ଷାରେ ଶ୍ରେଣୀରେ ପ୍ରଥମ ହେଲା ।
(ଝ) ସର୍ବକସର ବାଘଗୁଡ଼ିକ ହୃଷ୍ଟପୃଷ୍ଟ ନୁହନ୍ତି ।
(ଞ) ସେ ସପରିବାର ସହିତ ଭୋଜି ଖାଇ ଯାଇଥିଲେ ।
(ଟ) ମୂଷା ଗଣେଶଙ୍କ ବାହାନ ଅଟେ ।
(ଠ) ମାନଚିତ୍ର ପଠନ ଦ୍ବାରା ଭୌଗଳିକ ଜ୍ଞାନ ବୃଦ୍ଧିହୁଏ ।
(ଡ) ଗିରିଶ ବାବୁ ଭୁବନେଶ୍ବରରୁ ଦ୍ରୁତଗାମୀ ବସ୍ରେ କୋରାପୁଟ ଗଲେ ।
(ଢ) ରବିନ୍ଦ୍ର ଦୌଡ଼ ପ୍ରତିଯୋଗୀତାରେ ପ୍ରଥମ ହେଲା ।


ନିମ୍ନପ୍ରଦତ୍ତ ଅଶୁଦ୍ଧ ଶବ୍ଦଗୁଡ଼ିକର ଶୁଦ୍ଧ ରୂପ ଲେଖ (ପ୍ରଶ୍ନ ସହ ଉତ୍ତର)

ଅଶୁଦ୍ଧ ଶବ୍ଦଶୁଦ୍ଧ ରୂପ
ସ୍ମରଣିୟସ୍ମରଣୀୟ
ଦିବାରାତ୍ରିଦିବାରାତ୍ର
ସମ୍ମାନୀତସମ୍ମାନିତ
ଭୌଗଳିକଭୌଗୋଳିକ
ସ୍ମରଣିୟସ୍ମରଣୀୟ
ହୃଷିକେସହୃଷୀକେଶ
ନମସ୍କାରନମସ୍କାର
ଆମଦାନୀଆମଦାନି
ମନୋନିତମନୋନୀତ
ଦାରିଦ୍ର୍ୟତାଦାରିଦ୍ର୍ୟ / ଦରିଦ୍ରତା
ଅପରାହ୍ନଅପରାହ୍ଣ

ନିମ୍ନପ୍ରଦତ୍ତ ଶବ୍ଦଗୁଡ଼ିକରୁ କେଉଁଗୁଡ଼ିକ ଶୁଦ୍ଧ ଶବ୍ଦ, ଚିହ୍ନାଅ ।

ଆବିଷ୍କାର, ପର୍ବପର୍ବାଣୀ, ମଧ୍ୟରାତ୍ର, ଦାୟିତ୍ଵ, ଜୀବାଣୁ, ସ୍ଵଭାବିକ, ସ୍ଵୀକାର, ସରିସୃପ ।

Answer: ଆବିଷ୍କାର, ମଧ୍ୟରାତ୍ର, ଦାୟିତ୍ଵ, ଜୀବାଣୁ, ସ୍ଵୀକାର


ନିମ୍ନପ୍ରଦତ୍ତ ଶବ୍ଦଗୁଡ଼ିକ ମଧ୍ୟରୁ ଅଶୁଦ୍ଧ ଶବ୍ଦଗୁଡ଼ିକୁ ପୃଥକ୍ ଭାବରେ ବାଛି ଲେଖ ।

ପରିଚ୍ଛଦ, ତପସ୍ବିନୀ, ପୁଷ୍ପାଞ୍ଜଳି, ପାବନୀ, ପାଠେରୀ, ପରିଚ୍ଛେଦ, ବିଶ୍ଵଜନିନ, ଅଭିସେକ, ମଧ୍ୟରାତ୍ରି, ପାଟବତା, ନିର୍ଦ୍ଦୋଷୀ, ମହାରାଜା ।

Answer: ପାଠେରୀ, ବିଶ୍ଵଜନିନ, ଅଭିସେକ, ମଧ୍ୟରାତ୍ରି, ପାଟବତା, ନିର୍ଦ୍ଦୋଷୀ, ମହାରାଜା ।

Hi! Need help with studies? 👋
AI